Sun. Feb 22nd, 2026

ନ୍ୟୁଜ ଡେକ୍ସ: ହାତୀପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କିଛି ହାତୀ ଆହତ ହୋଇଥିବା ବେଳେ ଏକ ଛୁଆ ହାତୀଟିର ମୃତ୍ୟୁ ଘଟିଛି। ଖବରପାଇ ରାଉରକେଲା ବନ ଵିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସୂଚନା ଅନୁସାରେ, ଗତକାଲି ରାତିରେ ହାତୀ ପଲ ବନ୍ଧୋମୁଣ୍ଡା ଅଞ୍ଚଳକୁ ପଶି ଆସିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ହାତୀ ପଲକୁ ଘଉଡାଉଥିଲେ। ତେବେ ହାତୀପଲ ଭୟରେ ଟ୍ରେନ୍ ଲାଇନ୍ ଆଡକୁ ଦୌଡୁଥିବା ବେଳେ ସେହି ସମୟରେ ଏକ ମାଲବାହୀ ଟ୍ରେନ୍ ଆସି ହାତୀପଲଙ୍କୁ ଧକ୍କା ଦେଇଥିଲା। ଏଥିରେ କିଛି ହାତୀ ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା ବନ ବିଭାଗ ଟିମ୍ ଓ ପୁଲିସ ପହଞ୍ଚି ହାତୀଟିର ମୃତଦେହକୁ ଉଦ୍ଧାର କରିଛନ୍ତି।

Leave a Reply

Your email address will not be published. Required fields are marked *