Mon. Dec 23rd, 2024

ନ୍ୟୁଜ ଡେକ୍ସ: ସକାଳୁ ସକାଳୁ ଘରେ ପଶିଲା ବାରହା। ଆଉ କଲା ଅତର୍କିତ ଆକ୍ରମଣ। ବାରହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି। ଏପରି ଏକ ଅଘଟଣ ଆଜି ସକାଳେ ଅନୁଗୁଳ ଜିଲ୍ଲା ତାଳଚେରରେ ଘଟିଛି ଅଘଟଣ।।

ଗୁରୁତରଦ୍ୱୟ ହେଲେ ୬୦ ବର୍ଷୀୟା ଚତୁରୀ ନାଏକ ଓ ୧୦ ବର୍ଷୀୟ ରାଜା ନାଏକ। ଉଭୟ ପଡ଼ୋଶୀ ବୋଲି ଜଣାଯାଇଛି। ସୂଚନା ମୁତାବକ, ଗୁରୁବାର ସକାଳେ ଚତୁରୀ ଘରେ ନିଜ କାମ କରୁଥିବା ବେଳେ ହଠାତ୍‌ ଏକ ବାର୍‌ହା ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ବାର୍‌ହାଟି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଚତୁରୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିବାରୁ ବାର୍‌ହାଟି ନିକଟରେ ଥିବା ରାଜା ନାଏକଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା।

ଏହି ସମୟରେ ଲୋକେ ଏକତ୍ରିତ ହୋଇ ବାରହାଟିକୁ କାବୁ କରି ଏକ ଘର ଭିତରେ ତାଲା ପକାଇ ଦେଇଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବନ କର୍ମଚାରୀ ପହଞ୍ଚି ନ ଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ତୁରନ୍ତ ଉଭୟ ଚତୁରୀ ଓ ରାଜାଙ୍କୁ ତାଳଚେର ମଣ୍ଡପାଳସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *