Sat. Feb 28th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଆଉ ୩ଟି ନୂତନ ମହାବିଦ୍ୟାଳୟ ଖୋଲାଯିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବ୍ରହ୍ମପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି।ମନ୍ତ୍ରୀଙ୍କ କହିବାନୁସାରେ, ଗୋଟିଏ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ଗୋଟିଏ ପ୍ରାଣୀ ସମ୍ପଦ ମହାବିଦ୍ୟାଳୟ ଏବଂ ଗୋଟିଏ କୃଷି ମହାବିଦ୍ୟାଳୟ ଖୋଲାଯିବ।

ସୋନପୁରରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ସ୍ଥାପିତ ହେବାକୁ ଯାଉଥିବା ବେଳେ ଚିପିଲିମାରେ ପ୍ରାଣୀ ସମ୍ପଦ ମହାବିଦ୍ୟାଳୟ ଏବଂ ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ଖୋଲାଯିବ।ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାରେ ଅବସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂଘର ୨୬ତମ ବାର୍ଷିକ ଦିବସ ଅବସରରେ ଯୋଗଦେଇ ମନ୍ତ୍ରୀ ଏହି ଘୋଷଣା କରିଥିଲେ।

ସେ କହିଥିଲେ ଯେ, କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ରାଜ୍ୟର ଯୁବପିଢ଼ୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।ଏହି ନୂତନ ମହାବିଦ୍ୟାଳୟଗୁଡ଼ିକ ଖୋଲାହେବା ପରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ରହି ଉଚ୍ଚ ଶିକ୍ଷା ଗ୍ରହଣ କରିପାରିବେ ଏବଂ କୃଷି ଓ ସଂପର୍କିତ କ୍ଷେତ୍ରରେ ଦକ୍ଷତା ଅର୍ଜନ କରି ରାଜ୍ୟର ଅର୍ଥନୀତିକୁ ଆଗକୁ ବଢ଼ାଇବେ।

Leave a Reply

Your email address will not be published. Required fields are marked *