Fri. Oct 24th, 2025

ନ୍ୟୁଜ ଡେକ୍ସ: ମୃତ୍ୟୁ କେତେବେଳେ ଆସେ କେବେ କାହାକୁ ଜଣେଇକି ଆସିନଥାଏ | ଆଉ ଯେତେବେଳେ ମୃତ୍ୟୁ ହୁଏ ସେତେବେଳେ ଖେଳିଯାଏ ଶୋକର ଛାୟା | ଠିକ ସେହିଭଳି ସିଡ଼ିରୁ ଓହ୍ଲାଉ ଥିବାବେଳେ ଖସିଗଲା ଯୁବକଙ୍କ ଗୋଡ଼। ଆଉ ଚାଲିଗଲା ଜୀବନ | ଏପରି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଵିନିକା ଥାନା ଶଙ୍କରା ଗାଁର। ମୃତ ଯୁବକ ଜଣଙ୍କ ହେଲେ ବିଦ୍ୟାପତି ଭୁଏ। ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ପଡ଼ି ଯାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଵିନିକା ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ଆଣିଥିଲେ। ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବିନିକା ପୁଲିସ ଶବକୁ ଜବତ ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *