ନ୍ୟୁଜ ଡେକ୍ସ: ପୁଣି ଅଭିନେତା ସଲମାନ ଖାନଙ୍କୁ ଧମକ । ହ୍ୱାଟ୍ସଆପ୍ରେ ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସୁରକ୍ଷିତ ରହିବା ପାଇଁ ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ । ମୁମ୍ବାଇ ଟ୍ରାଫିକ୍ ପୁଲିସ ନିକଟକୁ ସଲମାନ ଖାନ୍ଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ମିଳିଛି।
ହ୍ୱାଟସଆପ୍ରେ ଏହି ମେସେଜ ଆସିଛି। ଏଥିରେ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ବାବା ସିଦ୍ଦିକିଙ୍କ ଠାରୁ ବି ତାଙ୍କ ଅବସ୍ଥା ଖରାପ ହେବ। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି।
ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୁଲିସ ତନାଘନା ଆରମ୍ଭ କରିଛି। ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଗ ଅପେକ୍ଷା ବୃଦ୍ଧି କରାଯାଇଛି । ସେପଟେ ସଲମାନଙ୍କ ଫାର୍ମ ହାଉସକୁ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ରହିଛି ।