Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ସହ ଜେଇଙ୍କ ହାତଗୋଡ ବାନ୍ଧି ଲୁଟିନେଇଛନ୍ତି ଦୁର୍ବୃତ୍ତ।

୩୫ଭରିରୁ ଅଧିକ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍‌‌ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ଅନୁସାରେ, ଆଜି ସକାଳେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଦିଲୀପଙ୍କ ଘରେ ପଶିଥିଲେ। ଘରେ ଥିବା ଟଙ୍କା ପଇସା ଦେବାକୁ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ।

ଏହାପରେ ଦୁର୍ବୃତ୍ତମାନେ ଦିଲୀପଙ୍କ ହାତଗୋଡ଼ ବାନ୍ଧି ଦେଇ ଗୋଟିଏ ରୁମ୍‌ରେ ପୂରାଇ ଦେଇଥିଲେ। ଏହାପରେ ଘର ଆଲମାରିର ଲକ୍‌ ଭାଙ୍ଗି ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲେ। ଏନେଇ ଦିଲୀପ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *