Mon. Dec 23rd, 2024

ନ୍ୟୁଜ ଡେକ୍ସ: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା ଘଟିଛି। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକ୍କା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀବାହୀ ବସ୍।

ଫଳରେ ଉଭୟ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପୁରୀରୁ ମାଲକାନଗିରି ଯାଉଥିବା ଜଗନ୍ନାଥ ନାମକ ବସ୍‌ଟି ରାମଗଡ ବୁଲାଣିଆ ଘାଟିରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ରାସ୍ତାକଡ଼କୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀମାନେ ଅନ୍ୟ ବସ୍‌ ମାଧ୍ୟମରେ ନିଜର ଗନ୍ତ୍ୟବ ସ୍ଥଳକୁ ଯାଇଥିଲେ।

ଏହି ସମୟରେ ମହାକାଳ ନାମକ ବସ୍‌ଟି ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲିକାନଗିରି ଅଭିମୁଖେ ଆସୁଥିଲା।ରାମଗଡ଼ ଘାଟିରେ ବସ୍‌ଟି ପ୍ରଥମେ ରାସ୍ତାକଡ଼କୁ ଖସିଯାଇଥିବା ଜଗନ୍ନାଥ ବସ୍‌କୁ ଧକ୍କା ଦେଇଥିଲା। ପରେ ଏକ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଇ ରାମଗଡ଼ ଘାଟିର ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *