Sat. Apr 18th, 2026

ନ୍ୟୁଜ ଡେକ୍ସ : ଆଜି ସୁନା କିଣିବାକୁ ଯୋଜନା କରୁଥିଲେ ପ୍ରଥମେ ଆଜିର ଦର ବିଷୟରେ ଜାଣି ନିଅନ୍ତୁ। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧,୫୧,୪୨୦ ଟଙ୍କାକୁ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନାର ଦର ୧,୩୮,୮୦୦ ଟଙ୍କା ରହିଛି।ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ଦର ପ୍ରାୟ ସମାନ ରହିଛି। ଏଠାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୫୧,୪୨୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୩୮,୮୦୦ ଟଙ୍କାରେ ବିକ୍ରି ହେଉଛି।

ଦେଶର ଅନ୍ୟ ପ୍ରମୁଖ ସହରମାନଙ୍କ ମଧ୍ୟରେ ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ ସୁନା ୧,୫୧,୪୨୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୩୮,୮୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧,୫୧,୫୭୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୩୮,୯୫୦ ଟଙ୍କାକୁ ପହଞ୍ଚିଛି।ଦକ୍ଷିଣ ଭାରତର ଚେନ୍ନାଇରେ ୨୪ କ୍ୟାରେଟ ସୁନାର ଦର ୧,୫୨,୧୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ୧,୩୯,୫୦୦ ଟଙ୍କା ରହିଛି।

ସେହିପରି କୋଲକାତାରେ ୨୪ କ୍ୟାରେଟ ସୁନା ୧,୫୧,୪୨୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୩୮,୮୦୦ ଟଙ୍କା ରହିଛି। ଅନ୍ୟପଟେ ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋ ପିଛା ୨,୫୦,୦୦୦ ଟଙ୍କାକୁ ପହଞ୍ଚିଛି। ସୁନା ଓ ରୁପା ଦରରେ ଏହି ପରିବର୍ତ୍ତନ ନିବେଶକ ଓ କ୍ରେତାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।

Leave a Reply

Your email address will not be published. Required fields are marked *