Mon. Dec 23rd, 2024

ନ୍ୟୁଜ୍ ଡେକ୍ସ୍: ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ। ପୁରୀରୁ ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି।

ସୋମବାର ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି। ମଙ୍ଗଳବାର ଏହା ଅବପାତରେ ପରିଣତ ହେବ। ୨୩ ତାରିଖରେ ଅବପାତଟି ବାତ୍ୟାରେ ପରିଣତ ହେବ। ୨୪ ତାରିଖ ମଧ୍ୟରାତ୍ରି କିମ୍ବା ୨୫ ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବ। ତେବେ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଜଣାପଡ଼ିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗତସିଂହପୁରରେ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ଏହି ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖରେ ବାତ୍ୟାରେ ପରିଣତ ହେବ ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବ। ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଆଗେଇବ। ୨୪ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ। ଯାହାକୁ ନେଇ ଓଡ଼ିଶା ଉପକୂଳରେ ଆତଙ୍କ ଖେଳିଯାଇଛି। ନିର୍ଦ୍ଦିଷ୍ଟ କେଉଁଠି ଏବଂ କେଉଁ ସମୟରେ ବାତ୍ୟା ମାଡ଼ ହେବ, ସେ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ପୂର୍ବାନୁମାନ ଦେଇଛନ୍ତି। ୨୪ ତାରିଖ ସକାଳୁ ୨୫ ତାରିଖ ସକାଳ ଭିତରେ ପୁରୀଠାରୁ ଉତ୍ତର ବାଲେଶ୍ୱର ମଧ୍ୟରେ ସ୍ଥଳଭାଗକୁ ପଶିବ। ଘଣ୍ଟା ପ୍ରତି ୧୨୦ କିମି ବେଗ ଯାଏ ପବନ ମାଡ଼ ହେବା ଆଶଙ୍କା ରହିଛି |

Leave a Reply

Your email address will not be published. Required fields are marked *