Mon. Dec 23rd, 2024

ନ୍ୟୁଜ ଡେକ୍ସ: ସତ ହେବାକୁ ଯାଉଛି ପଞ୍ଜିକାର ଭବିଷ୍ୟବାଣୀ। ଅକ୍ଟୋବରରେ ବଡ ବାତ୍ୟା ନେଇ ଖଡୀରତ୍ନ ପଞ୍ଜିକାରେ ହୋଇଛି ପୂର୍ବାନୁମାନ। ୨୦୨୪ ଅକ୍ଟୋବରରେ କିପରି ପୁଣି ଏକ ବଡ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଓଡିଶା ତାହା ପୁର୍ବରୁ ଉଲ୍ଲେଖ ହୋଇଛି ।

ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି ଆଦି ସ୍ଥାନରେ ଚଳିତ ମାସରେ ଘୂର୍ଣ୍ଣିବାତ୍ୟା ହେବା ନେଇ ପଞ୍ଜିକାରେ ଲେଖାଯାଇଛି। ତେବେ ସୂଚନା ମୁତାବକ, ଅସଲି ଖଡୀରତ୍ନ ପଞ୍ଜିକାର ବର୍ଷକ ମଧ୍ୟରେ ରାଜ୍ୟର ଫଳ କଣ ହେବ ଏବଂ ରାଷ୍ଟ୍ରର ଫଳ କଣ ହେବ ବୋଲି ଉଲ୍ଲେଖ କରାଯାଇଥାଏ। ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ। ଏହାପରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ପରେ ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଏହାର ପଞ୍ଜିକାର କଥା ସତ ହୋଇଥିବା ବେଳେ ଅକ୍ଟୋବର ୨୩ରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ତେବେ ଏହାର ଆକଳନ ଅନୁଯାୟୀ ସତରେ ଯଦି ଏହା ମହାବାତ୍ୟା ଭଳି ସ୍ଥିତି ସୃଷ୍ଟି କରିବ ତାହାଲେ ପୁଣି ଓଡିଶାବାସୀ ଏକ ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *