Thu. Oct 23rd, 2025

ନ୍ୟୁଜ ଡେକ୍ସ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ବାତ୍ୟା ସମୟରେ ହେବାକୁ ଥିବା ଦ୍ରୁତ ପବନକୁ ନଜରରେ ରଖି ଢେଙ୍କାନାଳ ଏବଂ କେନ୍ଦ୍ରାପଡା ଲକ୍ଷ୍ମୀପୂଜା କମିଟି ମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣମାନ ଖୋଲିବାକୁ କୁହାଯାଇଛି।

ସେହିପରି କେନ୍ଦ୍ରାପଡ଼ାରେ ୨୩ ତାରିଖ ସୁଦ୍ଧା ବିସର୍ଜନ ସାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ଏବଂ ପୂଜା ଅନୁଷ୍ଠାନ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଢେଙ୍କାନାଳରେ ଲକ୍ଷ୍ମୀପୂଜା ପାଇଁ ବାହାରୁ ଆସିଥିବା ବ୍ୟବସାୟୀ ମାନଙ୍କୁ ମଧ୍ୟ ନିଜ ଘରକୁ ଫେରିଯିବାକୁ କୁହାଯାଇଛି। ଏଭଳି ସ୍ଥିତିରେ କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ଜିଲା ପ୍ରଶାସନକୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ କାଲି ସୁଦ୍ଧା ଭସାଣି ସାରିବାକୁ କୁହାଯାଇଛି।

ଆଜି ସନ୍ଧ୍ୟା ସୁଦ୍ଧା ସବୁ ପୂଜା ମଣ୍ଡପରେ ତୋରଣ ଓ ଅନ୍ୟାନ୍ୟ ସାଜସଜ୍ଜା ଖୋଲିବା ସହ ବୁଧବାର ସୁଦ୍ଧା ମାଙ୍କ ଭସାଣୀ ସାରି ଦେବାକୁ ପୂଜା କମିଟିକୁ ଜିଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *