Thu. Jun 4th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆକାଶରୁ ମଣେହେଉଛି ଅଗ୍ନିବର୍ଷା ହେଉଛି। ଆଜିଠାରୁ ଗରମ ଆହୁରି ବଢ଼ିବା ସମ୍ଭାବନା ଥିବାବେଳେ ଲୋକେ ଦିନ ସହ ରାତିରେ ମଧ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି।

ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୫ ଦିନ ପାଇଁ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି। ବଲାଙ୍ଗୀର, ସମ୍ବଲପୁର, ନୟାଗଡ଼ ଓ ଝାରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡା, ନୟାଗଡ଼, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହିଟ୍ ୱେଭ୍ ପରିସ୍ଥିତି ଜାରି ରହିବା ନେଇ ସତର୍କ କରାଯାଇଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୫ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ଆସନ୍ତା ୨୬ ଓ ୨୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିପାରେ।

ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଦିନକ ମଧ୍ୟରେ ତାପମାତ୍ରା ୫.୪ ଡିଗ୍ରୀ ବଢ଼ିଥିଲା। ସହରରେ ୪୨.୨ ଡିଗ୍ରୀ ସେଲସିୟସ୍ ଦିନ ତାପମାତ୍ରା ରେକର୍ଡ ହୋଇଥିଲା। ତୀବ୍ର ଖରା ଓ ଗୁଳୁଗୁଳି କାରଣରୁ ସକାଳୁଠାରୁ ରାସ୍ତାଘାଟ ଶୂନଶାନ ଦେଖାଯାଉଛି। ଡାକ୍ତରମାନେ ଆବଶ୍ୟକ ନଥିଲେ ଦିନବେଳେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *