Sun. Feb 22nd, 2026

ନ୍ୟୁଜ ଡେକ୍ସ: ମାଟି ଅତଡା ଧସି ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । କଳିଙ୍ଗନଗର ଥାନା ନଡିଆଭଙ୍ଗା ବାଉଁଶନଳୀ ଗାଁରେ ଶୁକ୍ରବାର ଏହି ଅଘଟଣ ଘଟିଛି ।ରେଙ୍ଗାଳି କେନାଲ ମାଟି ଅତଡାରେ ଚାପି ହୋଇ ଝିଅର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବାପାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଶୌଚ ହେବାକୁ ଯାଇଥିବା ବେଳେ ମାଟି ଅତଡା ଧସିଥିବା ନେଇ ସୂଚନା ମିଳିଛି । ତେବେ ସୂଚନା ମୁତାବକ, ସକାଳୁ ଶୌଚ ହେବା ପାଇଁ ବାପା ଓ ଝିଅ ଯାଉଥିବା ବେଳେ ହଠାତ ମାଟି ଅତଡ଼ା ଖସିଥିଲା। ବାପାଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ବେଳେ ଝିଅ ମାଟି ଅତଡ଼ା ଭିତରୁ ବାହାରିଲା ପରେ ତାର ମୃତ୍ୟୁ ହୋଇଯାଇଛି। ବାପ ଝିଅ ଦୁଇ ଜଣ ହେଲେ ନଡ଼ିଆ ଭଙ୍ଗା ପଞ୍ଚାୟତର ବାଉଁଶନଳୀ ଗ୍ରାମର ଈଶ୍ୱର ମୁଣ୍ଡା ଓ ତାଙ୍କ ଝିଅ ଗୀତା ମୁଣ୍ଡା (୮)।

ସୂଚନା ଅନୁଯାୟୀ, ସକାଳୁ ଶୌଚ ହେବା ପାଇଁ ବାପା ଓ ଝିଅ ଯାଉଥିବା ବେଳେ ହଠାତ ମାଟି ଅତଡ଼ା ଖସି ଯାଇଥିଲା। ରେଙ୍ଗାଲି କେନାଲ କାମ କରୁଥିବା ରାଇଟ ଟ୍ରାଙ୍ଗେଲ କମ୍ପାନିର ମନମୁଖୀ କାର୍ଯ୍ୟ ପାଇଁ ଗାଁକୁ ଲାଗିଥିବା ରାସ୍ତା ଖୋଳା ଯାଇଥିଲା, ଯାହା ଫଳରେ ଅକାଳରେ ଜଣେ ଶିଶୁର ଜୀବନ ଚାଲିଯାଇଛି।

Leave a Reply

Your email address will not be published. Required fields are marked *