Sun. Feb 22nd, 2026

ନ୍ୟୁଜ ବ୍ୟୁରୋ: ପୁଣି ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ।

ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି। ସୂଚନା ମୁତାବକ, ଏକ ବିଲ୍‌ ପାସ କରିବା ପାଇଁ ଅଶୋକ ଠିକାଦାରଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଠିକାଦର ଜଣଙ୍କ ଏନେଇ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଆଜି ସକାଳେ ଜେଇ ନିଜ ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଯାଇଥିଲେ।

ଏହି ସମୟରେ ଜେଇଙ୍କୁ ମାଡିବସିଲା ଭିଜିଲାନ୍ସ।ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଅଶୋକଙ୍କ ଘର ସମେତ ପୈତୃକ ଘର, ଅଫିସରେ ଚଢ଼ାଉ କରିଛି। ଏବେ ବି ଜାରି ରହିଛି ଯାଞ୍ଚ।

Leave a Reply

Your email address will not be published. Required fields are marked *