ନ୍ୟୁଜ ଡେକ୍ସ: ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ ପରେ ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ। ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନ୍ରେ ହେବନି ଇସ୍କନ ରଥଯାତ୍ରା। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଇସ୍କନ ରଥଯାତ୍ରା ବାତିଲ ପରେ ଭୁବନେଶ୍ୱର ଶାଖା ଉପସଭାପତି ତୁକାରାମ ଦାଶ କହିଛନ୍ତି, ତିଥି ଅନୁସାରେ ସବୁଠି ରଥଯାତ୍ରା ହେଉ। ଆମେ ଏନେଇ ଉଦ୍ୟମ ଜାରି ରଖିଛୁ। ପାଣିପାଗର ସ୍ଥିତି, ସରକାରଙ୍କ ଅନୁମତି ନେଇ ସମସ୍ୟା ହେଉଛି।
ମୁଁ ଏନେଇ ଗଜପତି ମହାରାଜାଙ୍କ ସହ କଥା ହୋଇଛି। ଗଜପତି ମହାରାଜା ଭାରତ ସରକାରଙ୍କ ସହ କଥା ହୁଅନ୍ତୁ। ଭାରତ ସରକାରଙ୍କ ସହ କଥା ହୋଇ ତିଥିରେ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି।ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଅପଚେଷ୍ଟା କରିଥିଲା। ଅଦିନରେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ପୁଣି ଥରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା ଇସ୍କନ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା। ଇସ୍କନର ଏପରି କାର୍ଯ୍ୟକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଅପଚେଷ୍ଟା କରିଥିଲା। ଅଦିନରେ ରଥଯାତ୍ରା ନକରି ପୁଣି ଥରେ ଆମେରିକା ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିବା ସହ ତୀବ୍ର ପ୍ରତିକ୍ରିୟା କରିଥିଲେ।