ନ୍ୟୁଜ ଡେକ୍ସ: ଖେଚୁଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଶ୍ରୀମନ୍ଦିରରେ ସକାଳ ଧୂପ, ଷୋଡ଼ଶୋପଚାର ବିଧିରେ ମଧ୍ୟ ରତ୍ନବେଦିରେ ମହାପ୍ରଭୁ ଜଗନ୍ନାଥଙ୍କୁ ଖେଚୁଡ଼ି ଅର୍ପଣ କରାଯାଏ । ଭାରତର ଅନ୍ୟ ସ୍ଥାନରେ ମଧ୍ୟ ଏହାକୁ ଖିଆଯାଇଥାଏ ଏବଂ ଏହା ବେଶ ଲୋକପ୍ରିୟ ମଧ୍ୟ । ସ୍ୱାଦିଷ୍ଟ ହେବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।
କିନ୍ତୁ ଆପଣ ଜାଣନ୍ତି କି ହଜାର ବର୍ଷ ପୁରୁଣା ଏହି ଖେଜୁଡ଼ିର ଇତିହାସ ? ତେବେ ଆସନ୍ତୁ ଜାଣିବା ଖେଚୁଡିର ଇତିହାସ ବିଷୟରେ..ବିଶ୍ୱାସ କରାଯାଏ ଯେ ଖେଚୁଡ଼ିର ଇତିହାସ ପ୍ରାୟ ୨୦୦୦ ବର୍ଷ ପୁରୁଣା । ବିଶ୍ୱାସ କରାଯାଏ ଯେ, ଗତ ଦୁଇ ହଜାର ବର୍ଷ ଧରି ଭାରତର ଲୋକମାନେ ଖେଚୁଡ଼ି ଖାଉଛନ୍ତି । ସେହି ସମୟରେ ଭାରତ ମୋଗଲମାନଙ୍କ ଅଧୀନରେ ଥିଲା, ଯେଉଁଥିପାଇଁ ଖେଚୁଡ଼ି ଉପମହାଦେଶରେ ପ୍ରତିଷ୍ଠିତ ହୋଇଥିଲା ।
ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ଖେଚୁଡି ଖ୍ରୀଷ୍ଟପୂର୍ବ ୧୨୦୦ ମସିହାରେ ମଧ୍ୟ ଖିଆ ଯାଉଥିଲା । ଏହି ତଥ୍ୟର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମଧ୍ୟ ମିଳିଛି ।ଖେଚୁଡ଼ିର ଚାହିଦା ସବୁବେଳେ ବେଶ ଅଧିକ ରହିଥିଲା । ମୋଗଲ ସମ୍ରାଟ ଆକବର ମଧ୍ୟ ଖେଚୁଡ଼ିକୁ ବହୁତ ପସନ୍ଦ କରୁଥିଲେ । ଆକବରଙ୍କ ନବରତ୍ନ ମଧ୍ୟରୁ ଅବୁଲ ଫଜଲ ପ୍ରତିଦିନ ୧୨୦୦ କିଲୋଗ୍ରାମର ଖେଚୁଡ଼ି ତିଆରି କରୁଥିଲେ । ଖେଚୁଡିର ସ୍ୱାଦ ଯେତିକି ସ୍ୱାଦିଷ୍ଟ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟୀ ।