Mon. Dec 23rd, 2024

ନ୍ୟୁଜ ଡେକ୍ସ: ପୁଣି ଶିମିଳିପାଳକୁ ଆସିବ ମହାବଳ। ଦ୍ୱିତୀୟ ପର୍ଯ୍ୟାୟ ବାଘୁଣୀକୁ ଆଣିବା ପ୍ରକିୟା ଆରମ୍ଭ ହୋଇଛି। ଏଥିପାଇଁ ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଛି। ସେଥିପାଇଁ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ ମହାରାଷ୍ଟ୍ର ଗସ୍ତ କରିଛନ୍ତି। ସୂଚନା ମୁତାବକ, ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ। ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ବାରହା ଶିକାର କରି ଖାଇଥିଲା ଯମୁନା।

୨୦୨୪ର ରାଜ୍ୟସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା । ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ଟି ବେଙ୍ଗଲ ବାଘର ଛୁଆ ଦେଖାଯାଇଥିଲେ ।

Leave a Reply

Your email address will not be published. Required fields are marked *