ନ୍ୟୁଜ ଡେକ୍ସ: ଆଜି ହେଉଛି ପବିତ୍ର ଛଟ ପୂଜାର ଶେଷ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଶେଷ ଦିନରେ ବ୍ରତଧାରୀ ମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି ।
ଏହି ଅବସରରେ ଛଟ୍ ବ୍ରତଧାରୀ ବହୁ ଆସ୍ଥା ଓ ନିଷ୍ଠାର ସହ ମାତା ଛଟିଙ୍କ ପୂଜା କରିଥାନ୍ତି। ପ୍ରକୃତି ରୁ ମିଳୁଥିବା ସମସ୍ତ ଫଳ ମୂଳ ଦେଇ ମାତା ଛଟିଙ୍କ ପୂଜା କରାଯାଇଥାଏ । ଆଜି ଅନ୍ତିମ ଦିନରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘୀୟ ଦେଇ ପୂଜା ସମ୍ପନ୍ନ କରୁଛନ୍ତି ବ୍ରତଧାରୀ । ତେବେ ବିଶ୍ୱାସ ରହିଛି ମାତା ଛଟିଙ୍କୁ ଯାହା ମାଗିଲେ ତାହା ପୂର୍ଣ୍ଣ ହୋଇଥାଏ । ଗତକାଲି ନଦୀ ପଠାରେ ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି।
ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ମହିଳା ମାନେ ଦୁଇ ଦିନ ପର୍ଯ୍ୟନ୍ତ ନିର୍ଜଳ ଉପବାସ ରଖି ତାଙ୍କ ପରିବାରର ସୁଖ ଶାନ୍ତି ପାଇଁ ସୂର୍ଯ୍ୟ ଦେବଙ୍କୁ ପାର୍ଥନା କରିଥାନ୍ତି । ସୂର୍ଯ୍ୟ ଦେବଙ୍କ ଉପାସନାରେ ଏହି ଛଟ ପର୍ବରେ ଖାସ୍ ମହତ୍ୱ ରହିଛି । ଦୁଇ ଥର ଅର୍ଘ୍ୟ ଦେବା ପରେ ହିଁ ବ୍ରତ ପୂରା ହୋଇଥାଏ । ଛଟ୍ ପର୍ବର ବ୍ରତ ଏବଂ ପୂଜା ଦୁଇଟି ଯାକର ମହତ୍ୱ ରହିଛି ।