ନ୍ୟୁଜ ବ୍ୟୁରୋ: ବନ ବିଭାଗର ରାତି ଯାକ ଅକ୍ଲାନ୍ତ ପରିଶ୍ରମରେ ବିଚିତ୍ରପୁର ନାଳରୁ ଧରା ପଡ଼ିଲା ବଉଳା କୁମ୍ଭୀର। ଯାହାର ଲମ୍ବ ୭ ଫୁଟ ୬ ଇଞ୍ଚ ବୋଲି ଜଣା ପଡିଛି। ଧରା ପଡ଼ିବା ପରେ ବନ ବିଭାଗ କୁମ୍ଭୀରଟିକୁ ଭିତରକନିକାରେ ଛଡ଼ା ଯାଇଛି ବୋଲି ସୂଚନା ଦେଇଛନ୍ତି।
ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଙ୍ଗ କରିଥିଲା। ସୂଚନା ମୁତାବକ, ଗତକାଲି ଅପରାହ୍ନରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବାବେଳେ ହେନ୍ତାଳ ବଣ ଭିତରେ କୁମ୍ଭୀରଟି ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଧରା ପଡ଼ିବା ପରେ ବନ ବିଭାଗ କୁମ୍ଭୀରଟିକୁ ଭିତରକନିକାରେ ଛଡ଼ା ଯାଇଛି ବୋଲି ସୂଚନା ଦେଇଛନ୍ତି।
ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ଲୋକେ ଭୟଭୀତ ହୋଇ ରହିଥିଲେ। ଯାହାକୁ ଧରିବା ପାଇଁ ବନବିଭାଗର ପକ୍ଷରୁ ଗତକାଲି ଅପରାହ୍ନରୁ ରାତି ୧ ଟା ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଥିଲା। ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା।