ନ୍ୟୁଜ ବ୍ୟୁରୋ: କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିସିପି। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗଣଦୁଷ୍କର୍ମ କରିଛନ୍ତି। ଏହି ଗଣଦୁଷ୍କର୍ମର ଭିଡିଓ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି।
ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି। ଅଭିଯୁକ୍ତମାନେ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର ହୋଇଛି କି ନାହିଁ ଯାଞ୍ଚ ଚାଲିଛି। ଏଣେ ଏହି ଘଟଣାରେ କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ହେତୁ କାଫେକୁ ଖୁବ୍ ଶୀଘ୍ର ସିଲ୍ କରାଯିବ। ସେହି କର୍ମଚାରୀଙ୍କୁ ଗିରଫ କରାଯାଇଛି। ସବୁ ଅଭିଯୁକ୍ତଙ୍କ ମୋବାଇଲକୁ ପୁଲିସ ଜବତ କରିଛି। ଗତ ୪ ତାରିଖରେ ବାଦାମବାଡ଼ି ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା ।
୫ ତାରିଖରେ ୩ ଜଣ ଏବଂ ୬ ତାରିଖରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଏହି ମାମାଲାରେ ଗିରଫ କରିଥିଲା ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏସସି/ଏସଟି ଆକ୍ଟ ଓ ଆଇଟି ଆକ୍ଟ ଲାଗିଛି । ଏଥିସହିତ ୬ ଜଣଙ୍କ ମୋବାଇଲ ସିଜ୍ ହୋଇଛି, ଏସଏଫଏସଏଲକୁ ମୋବାଇଲ ପଠାଯିବ, ସେଥିରେ ଥିବା ସମସ୍ତ ଭିଡିଓ ଯାଞ୍ଚ କରାଯିବ ଏହାପରେ ଖୁବଶୀଘ୍ର ଚାର୍ଜସିଟ ଦାଖଲ ହେବ ବୋଲି କହିଛନ୍ତି ଡିସିପି ।