ନ୍ୟୁଜ ଡେକ୍ସ: ଛାତ୍ରୀଛାତ୍ର, ଅଭିଭାବକ ତଥା ଶୈକ୍ଷିକ ସମାଜର ଆଗ୍ରହକ୍ରମେ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍ରେ ସ୍ପଟ୍ ଆଡ୍ମିଶନ ହେବ। ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି) ଏବଂ ଦୁଇ ବର୍ଷିଆ ବି.ଏଡ୍/ ଏମ୍.ଏଡ୍ ପାଠ୍ୟକ୍ରମ ନିମନ୍ତେ ସାମ୍ସ ପୋର୍ଟାଲ ମାଧ୍ୟମରେ ଏହି ଆଡ୍ମିଶନ କରାଯିବ। ଆସନ୍ତା ୧୧ରୁ ୧୫ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରାଯିବ।
୧୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ଓ ୨୧ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ତେବେ ପିଜି, ବି.ଏଡ୍/ ଏମ୍.ଏଡ୍ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ରାଙ୍କ ପାଇଥିବା ଛାତ୍ରୀଛାତ୍ର ଆବେଦନ କରିପାରିବେ ।
ସେହିପରି ପିଜି ପାଠ୍ୟକ୍ରମରେ ୧୧୬ଟି ଶିକ୍ଷାନୁଷ୍ଠାନରେ ୨୯୫୫୯ଟି ସିଟ୍ ରହିଥିବାବେଳେ ୨୧୯୭୫ଜଣ ପିଲା ନାମ ଲେଖାଇଛନ୍ତି ଏବଂ ୭,୫୮୪ ସିଟ୍ ଖାଲି ରହିଛି। ଦୁଇ ବର୍ଷିଆ ବିଏଡ୍/ ଏମ୍ଏଡ୍ /ବିଏଚ୍ଏଡ୍ ପାଠ୍ୟକ୍ରମ ଥିବା ୩୧ଟି ଶିକ୍ଷାନୁଷ୍ଠାନରେ ମୋଟ୍ ୨୭୫୦ଟି ସିଟ୍ରୁ ୨୬୯୪ ସିଟ୍ ବି.ଏଡ୍ ୨୩୯୦, ଏମ୍.ଏଡ୍ ୧୨୫୧ ଏବଂ ବିଏଚ୍.ଏଡ୍ ୫୦ସିଟ୍ରେ ନାମଲେଖା ହୋଇଛି ଏବଂ ୫୬ଟି ସିଟ୍ ଖାଲି ରହିଛି।