Sun. Feb 22nd, 2026

ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ୱରର ବଡଗଡରେ ଥିବା ଏକ କପଡା ଗୋଦାମରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି ।

ସର୍ଟ ସର୍କିଟ୍‌ରୁ ନିଆଁ ଲାଗି ଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି । ସୂଚନା ମୁତାବକ, ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଗୋଦାମ ଥିଲା। ଏହି ଗୋଦାମରେ ଆଜି ନିଆଁ ଲାଗିଯାଇଥିଲା। କର୍ମଚାରୀ ଗୋଦାମରେ ନିଆଁ ଲାଗିଯାଇଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛି।

ତେବେ ପ୍ରବଳ ଧୂଆଁ ହୋଇଥିବାରୁ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବାହିନୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। କପଡ଼ା ଗୋଦାମରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *