ନ୍ୟୁଜ ଡେକ୍ସ: ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍ କୋଡ୍ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ନର୍ସିଂଙ୍କ ଡ୍ରେସ୍ କୋଡ୍ରେ ରହିବ ସମ୍ବଲପୁରୀ ଛିଟ। ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।
ନିଷ୍ପତ୍ତି ଅନୁଯାୟୀ, ବରିଷ୍ଠ ନର୍ସିଂ ଅଧିକାରୀ ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ। ସେହିପରି ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ ବ୍ଲୁ ରଙ୍ଗର ପୋଷାକ ହେବ। ଏହାବ୍ୟତୀତ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଓ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଧଳା ରଙ୍ଗର ପୋଷାକ କରାଯିବ। ଜେନେରାଲ ଓ୍ବାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ ପିନ୍ଧିବେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟ ନସିଂ ମହାସଂଘର ସଂପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ଡ୍ରେସ କୋଡ୍ ପରିବର୍ତ୍ତନ କରିଥିବାରୁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ଓ ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ଆମେ ଯେଉଁ ୧୦ ଦଫା ଦାବି ସରକାରଙ୍କ ନିକଟରେ ରଖିଥିଲୁ, ଏହା ମଧ୍ୟ ଏକ ପ୍ରମୁଖ ଦାବି ଥିଲା। ସରକାର ଆଜି ଏହାକୁ ପୂରଣ କରିଛନ୍ତି। ଓଡ଼ିଶାରେ ୧୫ରୁ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ।