Fri. Oct 24th, 2025

ନ୍ୟୁଜ ଡେକ୍ସ: ବାଲେଶ୍ଵର ବାଲିଆପାଳ ଥାନା ଖପରାପଦା ଛକରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଛି। ଝରକା ଭାଙ୍ଗି ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଗ୍ୟାସ୍ କଟରରେ ଝରକା ର ଗ୍ରୀଲ କାଟି ଟଙ୍କା ଲୁଟି ନେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗ୍ୟାସ କଟରରେ ଝରକାରର ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶିଥିଲେ। ପରେ ବ୍ୟାଙ୍କରେ କଳାକନା ବୁଲାଇ ଦେଇଥିଲେ। ଆଜି ସକାଳେ ବ୍ୟାଙ୍କ ଝରକା ତଡ଼ା ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର୍ ଏବଂ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ତେବେ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ୫ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କରୁ ଚୋରି ହୋଇଥିଲା। ବାରମ୍ବାର ଚୋରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ାକଡି କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *