Fri. Apr 17th, 2026

ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଗତକାଲି ଆସିଛି ଦ୍ୱିତୀୟ ବାଘୁଣୀ ‘ଜିନତ୍‌’ । ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ ।

ମହାରାଷ୍ଟ୍ରରେ ଉକ୍ତ ବାଘୁଣୀର ନାମ ଜିନତ୍ ରଖାଯାଇଥିବା ବେଳେ ଶିମିଳିପାଳରେ ବି ସେ ସେହି ନାମରେ ପରିଚିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ପିସିସିଏଫ । ସୂଚନା ଅନୁସାରେ, ‘ଯମୁନା’ ପରେ ଗତକାଲି ଶିମିଳିପାଳକୁ ଆସିଛି ଦ୍ବିତୀୟ ବାଘୁଣୀ ‘ଗଙ୍ଗା’। ଗତ ୭ ତାରିଖ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲକୁ ଯାଇଥିଲା ଶିମିଳିପାଳର ଏକ ସ୍ବତନ୍ତ୍ର ୧୦ ଜଣିଆ ଟିମ୍ । ତଡ଼ବା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇ ବାଘୁଣୀକୁ ସ୍ଵତନ୍ତ୍ର ଜନ୍ତାରେ ଶିମିଳିପାଳକୁ ଅଣାଯାଇଛି ।

ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଛି।

Leave a Reply

Your email address will not be published. Required fields are marked *