ନ୍ୟୁଜ ଡେକ୍ସ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ସରସରା ଗାଁର ସୁମନ୍ତ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ।
ବୌଦ୍ଧ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସୁମନ୍ତ ଶୌଚ ପାଇଁ ଗାଁ ନିକଟ ରାସ୍ତା ପାଖକୁ ଆସିଥିଲେ। ରାସ୍ତା ପାର ହୋଇ ଘରକୁ ଫେରିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ପରେ ଗାଡ଼ିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ସୁମନଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ।
ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ଦାବିରେ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତା ଅବରୋଧ କରିଛନ୍ତି। ବୌଦ୍ଧ ଅତିରିକ୍ତ ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।