Mon. Dec 23rd, 2024

ନ୍ୟୁଜ ଡେକ୍ସ: ଥମୁନି ହାତୀ ଆତଙ୍କ। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ଆଜି ସମ୍ବଲପୁର ହାତୀବାରୀ ଟେଙ୍ଗୁପଡାରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତକ ଜଣକ ଟେଙ୍ଗପଡ଼ା ଗାଁର ଗଣେଶ ଭୋଇ ବୋଲି ଜଣାପଡିଛି। ସୂଚନା ଅନୁସାରେ, ପ୍ରତିଦିନ ହାତୀ ପଲ ରାତିରେ ଧାନବିଲରେ ପଶି ଫସଲ ନଷ୍ଟ କରୁଛନ୍ତି। ଏଥିପାଇଁ ଗତକାଲି ରାତିରେ ଗଣେଶ ଫସଲକୁ ହାତୀ ଦେଉରୁ ରକ୍ଷା କରିବା ଜଗିବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକ ଓ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଗଣେଶଙ୍କ ମୃତ୍ୟୁ ପରେ ଗାଁରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି। ବନ ବିଭାଗ କର୍ମଚାରୀ ଓ ପୁଲିସ ଘଟଣସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

Leave a Reply

Your email address will not be published. Required fields are marked *