ନ୍ୟୁଜ ଡେକ୍ସ: ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ। ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କୁହାଯାଇଛି ଯେ, ନଭେମ୍ବର ୨୩ ରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇପାରେ।
ଏହା ୨୫ ତାରିଖରେ ଡିପ ଡିପ୍ରେସନ କିମ୍ବା ବାତ୍ୟାରେ ପରିଣତ ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ପେଙ୍ଗାଲ । କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖରେ ତାମିଲନାଡୁ ଉପକୂଳ ଛୁଇଁପାରେ ।ଏପଟେ NCEP GFS ମଡେଲ କହୁଛି ଆସନ୍ତା ୨୫ ସୁଦ୍ଧା ଭୀଷଣ ବାତ୍ୟା ସମ୍ଭାବନା ରହିଛି । ତାମିଲନାଡୁ ଉପକୂଳ ଅତିକ୍ରମ କରିବା ପୂର୍ବରୁ ଦୁର୍ବଳ ହେବ । ପ୍ରଭାବରେ ୨୪ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଦ୍ବୀପରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ନିକୋବର ଦ୍ବିପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଇଏମଡି । ୱିଣ୍ଡିର ECMWF ମଡେଲର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ୨୪ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ ।
କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସୁଦ୍ଧା ତାମିଲନାଡୁ ଅତିକ୍ରମ କରିବ । ଏଥିପାଇଁ ୨୫ରୁ ୨୭ ତାରିଖରେ ଦକ୍ଷିଣ ତାମଲନାଡୁରେ ପ୍ରବଳ ବର୍ଷା ହୋଇପାରେ । ଆଇଏମଡି ଅନୁଯାୟୀ, କୋମରିନ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ନିମ୍ନମାନର ଅଞ୍ଚଳରେ ଏକ ସାଇକ୍ଲୋନିକ କ୍ଷେତ୍ର ଗଠନ ହୋଇଥିବା ପରିଲକ୍ଷିତ ହୋଇଛି। ନଭେମ୍ବର ୨୧ ଏବଂ ୨୫ରେ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।