ନ୍ୟୁଜ ଡେକ୍ସ: ସୁଭଦ୍ରାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଯାଞ୍ଚ ଶେଷ। ୨୨ ପ୍ରତିଶତ ଆବେଦନକାରୀଙ୍କୁ ରବିବାର ମିଳିବ ଟଙ୍କା। ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡ଼ିଛନ୍ତି। ସେମାନଙ୍କ ନାଁରେ ଜମି ନାହିଁ, କିନ୍ତୁ ସେମାନେ ଧାନ ବିକ୍ରି କରିଛନ୍ତି। ଏହି ବାବଦରେ ଯାଞ୍ଚ କରାଯିବ। ବ୍ଲକସ୍ତରକୁ ରିପୋର୍ଟ ଯାଇଛି।
ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବାକି ଯେଉଁମାନଙ୍କର ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ, ତାଙ୍କ ନାଁରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରିଫିକେସନ ହେବ । ସେମାନେ ଡିସେମ୍ବରରେ ଟଙ୍କା ପାଇବେ । ୫ ଲକ୍ଷ ମିସ୍ ମ୍ୟାଚ୍ ହେଉଥିଲା, ତାହା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ । ସେହିପରି କିଛି ଲୋକଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି ।
ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ । ବାଦ୍ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ । ଶେଷ ହିତାଧିକାରୀଙ୍କୁ ଯୋଡିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି, ମିଶନ ଶକ୍ତି ମା’, ପିଓ ମାନେ ଗାଁକୁ ଯିବେ । ତେବେ ଆସନ୍ତାକାଲି ସୁନ୍ଦରଗଡ଼ରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।