Mon. Dec 23rd, 2024

ନ୍ୟୁଜ ଡେକ୍ସ: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି।

ବିଶ୍ଵନାଥଙ୍କ ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି। ବିଶ୍ବନାଥ ପାତ୍ର ଜୟପୁର ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଅଛନ୍ତି। ଜୟପୁରରେ ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର କୋଳିସାହିରେ ଦୁଇ ମହଲା ବିଲଡିଂ, ଜୟପୁର ବ୍ଲକ ଅଫିସ ଚାମ୍ବର, ଜୟପୁର ମ୍ୟୁନିସିପାଲିଟି ଅଫିସ ଚାମ୍ବର ଓ ଭୁବନେଶ୍ୱର ନିଳାଦ୍ରୀ ବିହାରରେ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଛି।

ବିଶ୍ୱନାଥ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତତନ୍ତ କରି ତାଙ୍କ ଘରେ ଚଢ଼ାଉ କରିଛି। ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱ ମଧ୍ୟ ଅଛନ୍ତି ବିଶ୍ୱନାଥ। ଏହି ରେଡରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି ଓ ୮ ଇନିସପେକ୍ଟର ଓ ୬ ଏଏସଆଇ ଚଢ଼ାଉରେ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *