Mon. Dec 23rd, 2024

ନ୍ୟୁଜ ଡେକ୍ସ: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି।

୬ରୁ ପୁଣି ଖସିବ ତାପମାତ୍ରା ଆଉ ବଢ଼ିବ ଶୀତ। ଆସନ୍ତା ୫ ତାରିଖରେ ମାଲକାନଗିରି ଓ କୋରାପୁଟରେ ହାଲୁକା ବର୍ଷା ସମ୍ଭାବନା ଅଛି । ୬ରୁ ୧୦ ତାରିଖ ଯାଏ ପାଗ ପ୍ରାୟତଃ ଶୁଖିଲା ରହିବ। କେବଳ ୮ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ କୋରାପୁଟ ବୋରିଗୁମାରେ ସର୍ବାଧିକ ୬୫.୪ମିମି ବର୍ଷା ହୋଇଛି ।

କୋଟପାଡ଼ରେ ୭.୮, କୋରାପୁଟରେ ୬, ମାଲକାନଗିରିରେ ୫.୨ମିମି ବର୍ଷା ହୋଇଛି ।ମଙ୍ଗଳବାର ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା । କୋଟପାଡରେ ୭.୮, କୋରାପୁଟରେ ୬, ମାଲକାନଗିରିରେ ୫.୨, ମିମି ବର୍ଷା ରେକର୍ଡ଼ ହୋଇଛି। ଦୁଇ ଦିନ ହେବ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା।

Leave a Reply

Your email address will not be published. Required fields are marked *