ନ୍ୟୁଜ ଡେକ୍ସ: ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ମହାମହିମ । ଉପରବେଡା ଗାଁ ସ୍କୁଲରେ କାର୍ଯ୍ୟକ୍ରମରେ ଦେବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉପରବେଡାକୁ ସୁସଜ୍ଜିତ କରାଯାଇଛି । ସୂଚନା ଥାଉକି, ନିଜ ଜନ୍ମମାଟି ତଥା ବାଲ୍ୟ ବିଦ୍ୟାଳୟରେ ପାଦ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି ମହାମହିମ l ପାଠ କେବଳ ଚାକିରି ପାଇଁ ନୁହେଁ ବରଂ ଶିକ୍ଷିତ ହେବା ପାଇଁ ମଧ୍ୟ ଆବଶ୍ୟକ l ସମାଜରେ ବଡ଼ ହେବାକୁ ହେଲେ, ପ୍ରଥମେ ନାଁକୁ ବଢ଼ାଇବାକୁ ପଡ଼େ l ଏବେ ପାଠପଢ଼ା ପାଇଁ ବହୁତ ସୁବିଧା ହେଲାଣି l ବହୁତ ସହଯୋଗ ମଧ୍ୟ ମିଳୁଛି l ତେଣୁ ମନ ଦେଇ ପାଠ ପଢିଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି କହିଛନ୍ତି ମହାମହିମ l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ l ପିଲା ନଆସିଲେ କାରଣ କ’ଣ ବୁଝିବାକୁ ପ୍ରତ୍ୟକ ପିଲାଙ୍କ ଘରକୁ ଶିକ୍ଷକ ଯାଆନ୍ତୁ l ସେମାନଙ୍କୁ ବୁଝା ସୁଝା କରି ଅଣାନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରପତି l ୩ୟ ଶ୍ରେଣୀରେ ସେ ଯେତେବେଳେ ମେଧାବୃତ୍ତି ପାଇଥିଲେ ତାଙ୍କ ପାଖରେ କଲମ ଟିଏ ମଧ୍ୟ ନଥିଲା। ବାପାଙ୍କୁ କହିବାରୁ ସେ ଜଣେ ଲୋକଠୁ ମାଗିଆଣି ଗୋଟିଏ ପୁରୁଣା କଲମ ଦେଇଥିମେ ଯାହା କାଳୀ ଝରି ତାଙ୍କ ପୋଷାକ ମଧ୍ୟ ଖରାପ ହେଉଥିଲା।
ନିଜ ବାଲ୍ୟ ଶିକ୍ଷକ ମାନଙ୍କୁ ମଧ୍ୟ ସେ ମନେ ପକାଇଥିଲେ। ସମଗ୍ର ଗାଁ କିଭଳି ତାଙ୍କୁ ଭଲ ପାଉଥିଲା ସେକଥା ମଧ୍ୟ ସେ ମନେ ପକାଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମହାମହିମଙ୍କ ସୁରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ଏପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା ପୁଲିସ ପ୍ରଶାସନ କହିଛି।
