ନ୍ୟୁଜ ଡେକ୍ସ: ଆସନ୍ତା ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ମୋଟ ୬ଟି ଆସନ ପାଇଁ ଉପନିର୍ବାଚନ ହେବ । ଏଥିପାଇଁ ଓଡିଶାରେ ଜାରି ରହିଛି ସସପେନ୍ସ । କାହାକୁ ରାଜ୍ୟସଭାକୁ ପଠାଇବେ ବିଜେପିର ମୁରବୀ? ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚା ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ଦେଇଛନ୍ତି ମନମୋହନ ।
ରାଜ୍ୟସଭାରେ ରେସରେ ତାଙ୍କ ନାଁ ନେଇ ସମ୍ବାଦିକଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ରଜ୍ୟସଭା କିଏ ଯିବ ସେନେଇ ପାର୍ଟି ପାର୍ଲିଆମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ। ପାର୍ଲିଆମେଣ୍ଟାରୀ ବୋର୍ଡ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେବ। ମୁଁ ରାଜ୍ୟ ସଭା ରେସ୍ରେ ନାହିଁ। ଆସନ୍ତା ୨୦ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ହେବ ରାଜ୍ୟ ସଭା ଉପନିର୍ବାଚନ। ସାଂସଦ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ତେବେ ଓଡ଼ିଶାରୁ ରାଜ୍ୟ ସଭାକୁ କିଏ ଯିବ, ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହି ସବୁ ଭିତରେ ସୁଜିତ୍ କୁମାରଙ୍କୁ ବିଜେପି ରାଜ୍ୟସଭାଙ୍କୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟରେ ରେସରେ ଥିବା ଚର୍ଚ୍ଚା ହେଉଥିଲା।
ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମନମୋହନ। ସେ ରାଜ୍ୟସଭାରେ ରେସ୍ରେ ନାହାନ୍ତି ବୋଲି ଆଜି ଗଣମାଧ୍ୟମରେ କହିଛନ୍ତି। ତେବେ କହିରଖୁଛୁ, ବିଜେଡି ନେତା ମମତା ମହନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ପରେ ବିଜେଡି ନେତା ସୁଜିତ କୁମାର ମଧ୍ୟ ଇସ୍ତଫା ଦେଇଥିଲେ । ପରେ ଉଭୟ ବିଜେଡି ସହ ଯୋଗ ଦେଇଥିଲେ । ମମତାଙ୍କୁ ପୂର୍ବରୁ ବିଜେପି ରାଜ୍ୟସଭା ପଠାଇଥିବା ବେଳେ ସୁଜିତଙ୍କ ପାଇଁ ବିଜେପି ମମତା ଫର୍ମୁଲା ଆପଣାଇପାରନ୍ତି ବୋଲି ଚର୍ଚ୍ଚା । ପୁଣି ଥରେ ସୁଜିତ୍ ରାଜ୍ୟସଭା ଯାଇପାରନ୍ତି ନଚେତ୍ ଜଣେ ନୂଆ ଚେହେରା ଦେଇପାରେ ବିଜେପି ।