Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଜ୍ୟରୁ ଏବେ ଶୀତ ଗାଏବ ହୋଇଯାଇଛି । ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହୁଛି । ରାତିରେ ଶୀତ ବଦଳରେ ଗରମ ଅନୁଭୂତ ହେଉଛି । ଦିନବେଳା ତାତି ୩୦ ଡିଗ୍ରୀ ଉପରେ ରହୁଛି ।

ଶନିବାରଠାରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ଓ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୨ ଦିନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଟିଗ୍ରୀ ପର୍ଯ୍ୟନ୍ତ ଖସିବ । ରାତିର ତାପମାତ୍ରା ହ୍ରାସ ପାଇବା ଫଳରେ ୨ ଦିନ ଶୀତ ବଢିବ । ଫଳରେ ଆସନ୍ତା ଦୁଇଦିନ ମଧ୍ୟରେ ଜଗତ୍‌ସିଂହପୁର, କଳାହାଣ୍ତି, ସୁନ୍ଦରଗଡ଼, କନ୍ଧମାଳ, ଯାଜପୁର ଆଦି ସ୍ଥାନରେ ତାପମାତ୍ରା କମିବା ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ।

ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ । ୧୨ ତାରିଖରେ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ । ୧୪ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେବ । ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *