ନ୍ୟୁଜ ଡେକ୍ସ: ବଢିବ ଶୀତ । ଥରେଇବ କୋହଲା ପାଗ । ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପଝିପ୍ ବର୍ଷା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ଆଜି ପାଇଁ ୧୦ ଜିଲ୍ଲାକୁ ହାଲୁକା ବର୍ଷା ନେଇ ଆଲର୍ଟ ।
ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ ଓ ଖୋର୍ଦ୍ଧାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର କୋରାପୁଟର ରାତି ତାପମାତ୍ରା ସର୍ବନିମ୍ନ ୧୩.୪ ଡିଗ୍ରୀ ରେକର୍ଡ ହୋଇଛି ।
ରାଉରକେଲାରେ ୧୩.୮, ଝାରସୁଗୁଡ଼ା ଓ ବୌଦ୍ଧରେ ୧୫.୫, କେନ୍ଦ୍ରାପଡ଼ାରେ ୧୫.୬, ବାରିପଦାରେ ୧୫.୮, ଭଦ୍ରକରେ ୧୬, ଯାଜପୁରରେ ୧୬.୩, ଢେଙ୍କାନାଳରେ ୧୬.୪, କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୬.୫ ଡିଗ୍ରୀ ରହିଥିଲା । ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା କୋଟପାଡ଼ରେ ୧୯ମିମି ଓ ରାୟଗଡ଼ାର କାଶୀପୁରରେ ୮ମିମି ବର୍ଷା ହୋଇଛି।