Mon. Dec 23rd, 2024

ନ୍ୟୁଜ ଡେକ୍ସ: ଶିମିଳିପାଳର ବାଘୁଣୀ ‘ଜିନ୍ନତ’ ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି। ବାଘୁଣୀ ଜିନ୍ନତ ଝଡଖଣ୍ଡରେ ବୁଲୁଥିବା ନେଇ ସୂଚନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି। ଗତ ନଭେମ୍ବରରେ ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନତ’କୁ ଶିମିଳିପାଳ ଅଣାଯାଇଥିଲା।

ଝାରଖଣ୍ଡ ଯାଇ ଏକ ସ୍ୱତନ୍ତ୍ର ଟିମ୍ ‘ଜିନ୍ନତ’ ଉପରେ ନଜର ରଖିଥିବା ଆରସିସିଏଫ୍ ଗୋଗନେନି କହିଛନ୍ତି। ଡ଼ଃ ଗୋଗିନେନି କହିଛନ୍ତି ଯେ, ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡରେ ପ୍ରବେଶ କରିଛି । ତେବେ ଅନୁଧ୍ୟାନକାରୀ ଟିମ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଥିବା ନେଇ ସେ ସୂଚନା ଦେଇଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଥିବା ନେଇ ମଧ୍ୟ ସେ କହିଛନ୍ତି । ତେବେ ଖୁବଶୀଘ୍ର ବାଘୁଣୀ ଜିନ୍ନତକୁ ଫେରାଇ ଅଣାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନ୍ନତ’। ୧୫ ତାରିଖରେ ବାଘୁଣୀକୁ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା।

Leave a Reply

Your email address will not be published. Required fields are marked *