Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦୈତନଗରୀରେ ଗଡ଼ିଲା ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆର୍ଏସ୍ଏସ୍) ଯାନ ।ପୁଲିସ ସେବା ଭବନରେ ସବୁଜ ପତାକା ଦେଖାଇ ଉଦ୍ଘାଟନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଆଜି କମିଶନ ରେଟ ପୋଲିସ୍ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ୍ ପକ୍ଷରୁ ଇଆରଏସଏସ ସେବା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଆରଏସଏସ ବା ଆପରକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମରଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ । ଯେଉଁଥିରେ ପୋଲିସ୍ କର୍ମଚାରୀମାନଦେ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି । ଆମ୍ବୁଲାନ୍ସ, ପ୍ରଥମିକ ଚିକିତ୍ସା, ଅଗ୍ନିଶମ ସେବା ଯୋଗାଇଦେଇଥାନ୍ତି ।ଏଥିପାଇଁ ଆଜି ଆଉ ୩୦ଟି ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

କୌଣିସ ସ୍ଥାନରେ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହି ଯାନ ତୁରନ୍ତ ଅଘଟଣସ୍ଥଳରେ ପହଞ୍ଚିବ । ଜରୁରୀକାଳୀନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଓ ଡାଏଲ୍‌ ୧୧୨ର ଉତ୍ତମ ସେବା ପ୍ରଦାନ ପାଇଁ ଓଡ଼ିଶା ସରକାର ୩୦ଟି ଏମଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ ଯାନକୁ ମଞ୍ଜୁର କରିଛନ୍ତି । ଯାହା ପ୍ରାଥମିକ ସ୍ତରରେ କଟକ ଓ ଭୁବନେଶ୍ବର କମିଶନରେଟ୍‌ ଅଞ୍ଚଳରେ ସୁବିଧା ଯୋଗାଇବ ।

Leave a Reply

Your email address will not be published. Required fields are marked *