ନ୍ୟୁଜ ଡେକ୍ସ: ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ବେଳାଭୂମିରେ ଆରମ୍ଭ ହୋଇଛି କୋଣାର୍କ ଇକୋ ରିଟ୍ରିଟର ଷଷ୍ଠ ସଂସ୍କରଣ। ଶୁକ୍ରବାର ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାକୁ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ। ଇକୋ ରିଟ୍ରିଟ କୋଣାର୍କରୁ ଆରମ୍ଭ ହୋଇ ଏବେ ୭ଟି ସ୍ଥାନରେ ଚାଲିଛି।
ଉଦଘାଟନ ଉତ୍ସବ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବିଧାୟକ ସତ୍ୟବାଦୀ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର,ପୁରୀ ବିଧାୟକ ସୁନୀଲ ମହାନ୍ତି, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ଉପସଚିବ ବାଳ ମୁକୁନ୍ଦ ଭୂୟାଁ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସପି ବିନୀତ ଅଗ୍ରୱାଲ, ପୁରୀ ଜିଲ୍ଲା ବନ ବିଭାଗ ଅଧିକାରୀ ବିବେକ କୁମାର, ଜଗତସିଂହପୁର ଏମପିଙ୍କ ପ୍ରତିନିଧି ସୁଦର୍ଶନ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ସାରା ଭାରତବର୍ଷରେ ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରି ଟ୍ରି ଟ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କିପରି କରି ପାରିଛି ତାହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ସହିତ ଭାରତବର୍ଷରେ ଓଡ଼ିଶା ଇକୋ-ରି ଟ୍ରିଟକୁ ନେଇ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି କହିବା ସହିତ କେନ୍ଦ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ମାନଚିତ୍ରରେ ଏହି ଇକୋ-ରିଟ୍ରିଟ ପରିବେଶତ୍ଭିତିକ ବ୍ୟବସ୍ଥା ପାଇଁ ୪.୫ ରେଟିଙ୍ଗି ଲାଭ କରିପାରିଛି।
ଏହା ଆସନ୍ତା ୩ମାସ ଧରି ଚାଲିବ ବୋଲି ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ପ୍ରକାଶ କରିଛନ୍ତି। ଏହି ମହୋତ୍ସବକୁ ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ପୁରୀ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ପ୍ରିୟ ରଂଜନ ପୃଷ୍ଟି, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପସଚିବ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ପରିଚାଳନା କରିଥିଲେ।