Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଜ୍ୟ ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ସୁଧୁରୁନାହାନ୍ତି ଶ୍ରୀମନ୍ଦିର ସେବାୟତ। ଆଜି ପୁଣି ଲାଗିଛନ୍ତି ପିଟାପିଟି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି।

ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବେହରଣ ଦ୍ବାର ନିକଟରେ ପାଦୁକ ବଣ୍ଟନକୁ କେନ୍ଦ୍ର କରି ୨ ମୁଖପଖାଳ ସେବକଙ୍କ ମଧ୍ୟରେ ମାରପିଟ ହୋଇଥିଲା।ପରେ ଉଭୟ ଏ ନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେଠାରେ ମଧ୍ୟ ଉଭୟ ମାରପିଟ ହୋଇଥିଲେ। ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଛନ୍ତି। ସିଂହଦ୍ଵାର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

ଅଭିଯୋଗ ହେଉଛି ଶ୍ରଦ୍ଧାଳୁଙ୍କୁ ପାଦୁକା ବଣ୍ଟନ ବେଳେ ପାଉଣା ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥାଇପାରେ। ଆଉ କିଛି କହୁଛନ୍ତି ଆହତ ହୋଇଥିବା ବିଶ୍ୱନାଥ ଖୁଣ୍ଟିଆ ଓ ଆକ୍ରମଣ କରିଥିବା ସେବାୟତମାନେ ଗୋଟିଏ ସମ୍ପର୍କୀୟର। ତେଣୁ କୌଣସି ପାରିବାରିକ ଗଣ୍ଡଗୋଳ ଯୋଗୁ ଏପରି ହୋଇଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *