Mon. Dec 23rd, 2024

ନ୍ୟୁଜ ଡେକ୍ସ: ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଅଫିସିଆଲ ୱେବସାଇଟ୍ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉନ୍ମୋଚନ କରିଛନ୍ତି । ରାଜ୍ୟର ସବୁ ଶିଳ୍ପସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଉନ୍ମୋଚନ ହେଲା ଉତ୍କର୍ଷ ଓଡ଼ିଶା ୱେବସାଇଟ । ଆସନ୍ତା ଜାନୁଆରୀ ୨୮-୨୯ ରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ ।

ପ୍ରକାଶ ଥାଉକି, ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ମୁମ୍ବାଇ ଯାଇ ବିଭିନ୍ନ କମ୍ପାନିର ମୁଖ୍ୟଙ୍କୁ ଭେଟି ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ମୁମ୍ବାଇରେ ଏକାଧିକ ନିବେଶକଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ବେଦାନ୍ତ କମ୍ପାନିର ଚେୟାରମ୍ୟାନ୍ ଅନୀଲ ଅଗ୍ରୱାଲ, ଗୋଦରେଜ୍ ଗ୍ରୁପର ଚେୟାରମ୍ୟାନ୍ ନାଦିର ଗୋଦରେଜ, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ରବି ଗୋୟେଙ୍କା, ଓ୍ବେଲସ୍ପନ୍ କମ୍ପାନୀର ବିଜୟ ଗୋୟଙ୍କା ଓ ବାଲକ୍ରିଷ୍ଣା ଗୋୟେଙ୍କା, JSW ଗ୍ରୁପ୍ ଏମଡି ସଜ୍ଜନ ଜିନ୍ଦଲ, ରିଲାଏନ୍ସ ଗ୍ରୁପର ଅନନ୍ତ ଅମ୍ବାନୀ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ।

ୱେବସାଇଟରେ ପଞ୍ଜିକରଣ ପରେ QR କୋଡ ସ୍କାନ କରି ଉତ୍କର୍ଷ ଓଡ଼ିଶା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ନିବେଶକ ଓ ଅଂଶଗ୍ରହଣକାରୀ । ସବୁ ଶିଳ୍ପସଂଘ CII ଏଥର ଉତ୍କର୍ଷ ଓଡ଼ିଶା କନକ୍ଲେଭର ନ୍ୟାସନାଲ ଇଣ୍ଡଷ୍ଟ୍ରି ପାର୍ଟନର ରହିଛି । ୧୨ ରାଷ୍ଟ୍ର ରହିବେ କଣ୍ଟ୍ରି ଇନ୍ ଫୋକସ । ନୂଆ ସରକାର ଆସିବା ପରେ ରୋଡ ସୋ ଜରିଆରେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *