Sun. Dec 22nd, 2024

ନ୍ୟୁଜ ଡେକ୍ସ: ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି। ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ସସପେନ୍ସ ଜାରି ରହିଥିଲା। ଝାଡ଼ଖଣ୍ଡରେ କିଛି ଦିନ ବୁଲିବା ପରେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ରହିଛି, ତାହା ଜଣାପଡୁନଥିଲା। ବାରିପଦା RCCF ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଥିଲେ।

ଏବେ ଜିନ୍ନତ ପଶ୍ଚିମବଙ୍ଗରେ ଥିବା କୁହାଯାଉଛି। ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା।ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା।

ଗତକାଲି ରାତିରେ ସେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଛି।ଜିନ୍ନତକୁ ଜିପିଏସ ଟ୍ରାକିଂରେ ରଖାଯାଇଥିବା ବେଳେ ସେ ଝାଡ଼ଖଣ୍ଡରେ ଥିବା ସମୟରେ ଏକ ସ୍ୱତନ୍ତ୍ର ଟିମ ତା’ର ଗତିବିଧି ଉପରେ ନଜର ରଖିଥିଲେ। ସେ ଝାଡ଼ଖଣ୍ଡରେ ଥିବା ସମୟରେ ଶିକାର କରି ଖାଇଥିବା ଓ ତା’ର ସ୍ୱାସ୍ଥ୍ୟ ଭଲ ଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ତାକୁ ସେଠାରୁ ଫେରାଇ ଆଣିବାର ସମସ୍ତ ଯୋଜନା ଫେଲ୍ ମାରିଛି।

Leave a Reply

Your email address will not be published. Required fields are marked *