Mon. Dec 23rd, 2024

ନ୍ୟୁଜ ଡେକ୍ସ: ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ଯ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ଯ୍ୟନ୍ତ ଦ୍ରୁତ ଗତିରେ ଉଡି ଆସିପାରିବେ ବୋଲି କୁହାଯାଇଛି।

ଆନ୍ଧ୍ରପ୍ରଦେଶ ଏୟାର ଟ୍ରାଭେଲର୍ସ ଆସୋସିଏସନର ପ୍ରତିନିଧି ନରେଶ କୁମାର କହିଛନ୍ତି ଯେ ବିଶାଖାପାଟନମରୁ ମାଲକାନଗିରି ଅଭିମୁଖେ ଯାତ୍ରାକୁ ସ୍ୱାଗତ କରୁଛୁ। ସେହିପରି ବିଶାଖାପାଟନମ୍ ଏବଂ ମାଲକାନଗିରି ମଧ୍ୟରେ ବିମାନ ଉଡ଼ାଣ ପ୍ରସ୍ତାବକୁ ସ୍ବାଗତ କରି ବିଶାଖାପାଟନମ୍ ବିମାନବନ୍ଦର ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ କହିଛନ୍ତି ଯେ ହଁ ଆମେ ଅପରେଟର ଇଣ୍ଡିଆ ୱାନ୍‌ରୁ ବିମାନ ଉଡ଼ାଣ ପ୍ରସ୍ତାବ ପାଇଛୁ। ସବୁକିଛି ଅନୁମୋଦିତ ହେଲେ ସେବା ୨୦୨୫ ମସିହା ଜାନୁଆରିରୁ ଉଡାନ ଆରମ୍ଭ ହେବାର ସ୍ଥିର ହୋଇଛି।

ଇଣ୍ଡିଆ ୱାନ୍ ଏୟାରଲାଇନସ ମଧ୍ୟ ଶୀଘ୍ର ବିମାନ ଚଳାଚଳ ପାଇଁ କାର୍ଯ୍ୟ କରୁଛି ବୋଲି ଜଣାପଡିଛି। କିନ୍ତୁ ମାଲକାନଗିରି ବିମାନବନ୍ଦର ବାଣିଜ୍ୟିକ ବିମାନ (ନିର୍ଦ୍ଧାରିତ ବିମାନ) ପାଇଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ତ୍ତମାନ, ଇଣ୍ଡିଆ ୱାନ୍‌ ବିଶାଖାପାଟନମ୍ ଏବଂ ଜୟପୁର ମଧ୍ୟରେ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଉଛି ଏବଂ ଏହା ବେଶ ବ୍ୟବସାୟୀକ ଲାଭ ଦେଖାଉଛି।

Leave a Reply

Your email address will not be published. Required fields are marked *