Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସନ୍ଧ୍ୟାରେ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଚର୍ଚ୍ଚର ପାଳକ ଓ ଖ୍ରୀଷ୍ଟୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରିବେ । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିବେ ପ୍ରଭୁ ଯୀଶୁ । ଏହା ପରେ ଆରମ୍ଭ ହେବ ବଡ଼ ଦିନ ପାଇଁ ଶୁଭେଚ୍ଛାର ପର୍ବ । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କଠୁ ଆରମ୍ଭ କରି ସମସ୍ତ ଶ୍ରଦ୍ଧାଳୁ ୨୪ ତାରିଖ (ମଙ୍ଗଳବାର) ମଧ୍ୟରାତ୍ରକୁ କରିଛନ୍ତି ଅପେକ୍ଷା । ଯୀଶୁଙ୍କୁ ସ୍ୱାଗତ କରିବା ଲାଗି କ୍ୟାରୋଲ୍ ସିଙ୍ଗିଙ୍ଗ୍(ଆନନ୍ଦ ଗୀତ) ମଧ୍ୟ ଗାନ କରାଯିବ ।୨୪ ତାରିଖ ରାତିରୁ ଆରମ୍ଭ ହୋଇଯିବ ବିଭିନ୍ନ କାର୍ଯ୍ୟକ୍ରମ । ଯୀଶୁଙ୍କ ଜନ୍ମସ୍ଥାନ, ମେଣ୍ଢାଶାଳରେ ଯୀଶୁଙ୍କ ଜନ୍ମ ସମୟ, କେକ୍ ଓ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ୨୪ ତାରିଖ ରାତି ୧୦ଟାରେ ପ୍ରାର୍ଥନା କରାଯିବ । ଦିନ ସାରା ସଫାସୁତୁରା କରାଯିବ । ରାତି ୧୨ରେ ଯୀଶୁ ଜନ୍ମ ହେବା ପରେ ୨୫ ତାରଖ ସକାଳୁ ସାମୂହିକ ପ୍ରାର୍ଥନା କରାଯିବ । ଯାହା ଓଡ଼ିଆ, ହିନ୍ଦୀ, ଇଂରାଜୀ, ମାଲାୟଲମ୍ ଭାଷାରେ କରାଯିବ ।

ସବୁ ଚର୍ଚ୍ଚରେ ମଙ୍ଗଳବାର ରାତି ୧୨ରୁ ଜାଗରଣୀ ଦିବ୍ୟ ଯଜ୍ଞ ଉତ୍ସର୍ଗ କରାଯିବ ।ରାସ୍ତାକଡରେ ବିକ୍ରି ହେଉଛି ଖ୍ରୀଷ୍ଟମାସ ସାଜସଜ୍ଜା ସାମଗ୍ରୀ । ବଡ଼ଦିନରେ ଘର ଅଗଣା ଏବଂ ଘର ଭିତରକୁ ଚର୍ଚ୍ଚ ଭଳି ଲୁକ୍ ଦେବା ଲାଗି ଆରମ୍ଭ ହୋଇଗଲାଣି ସାଜସଜ୍ଜା । ସେଥିପାଇଁ କେହି ଖ୍ରୀଷ୍ଟମାସ ଟ୍ରି ସହ ରଙ୍ଗୀନ ଆଲୋକମାଳା ତ ଆଉ କିଏ ଛୋଟ ଗୋଶାଳା କରିଛନ୍ତି। ଚଳିତ ବର୍ଷ ସ୍ନେ-ଫଲିଙ୍ଗ ଟ୍ରି ବେଶୀ ଚାହିଦାରେ ରହିଛି । ଡିସେମ୍ବର ୨୫କୁ ସ୍ୱତନ୍ତ୍ର କରିବା ପାଇଁ ବଡ଼ଦିନ ମଧ୍ୟରାତ୍ରରୁ ପ୍ରସ୍ତୁତି ଆରମ୍ଭ କରିବା ସହ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ଡାକି ସେଲିବ୍ରେସନ୍ କରିବେ ।

ବଜାରରୁ ଯୀଶୁଙ୍କ ଘର, ଖ୍ରୀଷ୍ଟମାସ ଟ୍ରି, ଲାଇଟ୍, ଗିଫ୍ଟ ଓ ବେଲ୍, ଷ୍ଟାର୍, ଲାଇଟିଙ୍ଗ୍ ଷ୍ଟାର, ସାନ୍ତା, ବଲ୍ ଓ ବେଲ୍, ସାନ୍ତା ଟ୍ରି, ଟେବୁଲ ଟ୍ରି, ସାନ୍ଥାର ଡ୍ରେସ, ସାନ୍ଥା କ୍ୟାପ୍, ଘର ସଜାଇବା ପାଇଁ ଝୁମର, ଘରର କାଚ ଗ୍ଲାସ, କାଠ ଡୋର୍ରେ ଲଗାଇବା ପାଇଁ ସାନ୍ଥା ଷ୍ଟିକର ଘର ଗୁଡ଼ିକ ଚର୍ଚ୍ଚର ଭ୍ରମ ସୃଷ୍ଟି କରିବ । ଘର ସାଜସଜ୍ଜା ପାଇଁ ରେଡ୍ ୱାଇନ୍ ଜରିମାଳା, ବଲ୍ ଷ୍ଟାର ପରି ବିଭିନ୍ନ ରଙ୍ଗବେରଙ୍ଗର ଜରିମାଳା (ଟେନିସ୍ ହାର), ଗୋଆରୁ କ୍ରିପ୍ ସେଟ୍ ପ୍ରମୁଖ ଆକର୍ଷଣ ସାଜୁଛି ।

Leave a Reply

Your email address will not be published. Required fields are marked *