ନ୍ୟୁଜ ଡେକ୍ସ: ଓଡ଼ିଶା ପାଣିପାଗ ପାଗକୁ ସୁହାଇବ ଗ୍ରୀନ ହାଇଡ୍ରୋଜେନ୍ ବସ। ଡିଜେଲ ବ୍ୟବହାର କମିବ। ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଲୋକସେବା ଭବନ ତୃତୀୟ ମହଲା କରଫରେନ୍ସ ହଲରେ ଗ୍ରୀନ ହାଇଡ୍ରୋଜେନ୍ ମୋବୋଲିଟି ପ୍ରୋଜେକ୍ଟର ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ଶେଷ ହୋଇଛି। ତେବେ ସୁବୁଠୁ ବଡ କଥା ହେଉଛି, ଏହି ସବୁଜ ହାଇଡ୍ରୋଜେନ୍ ନର୍ଦ୍ଦମା ପାଣିରୁ ଉତ୍ପାଦନ କରାଯିବ ।
ନିଷ୍କାସିତ ବର୍ଜ୍ୟ ପାଣିକୁ ପୁନଃବ୍ୟବହାରରେ ଲଗାଇ ଚାଲିବ ଏହି ହାଇଡ୍ରୋଜେନ୍ ବସ୍ । ସବୁଠୁ ଲାଭଦାୟକ କଥା ହେଉଛି ଏହି ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ମଧ୍ୟ ନିର୍ଗତ ହେବ । ସେଥିପାଇଁ ଏହାକୁ ଗ୍ରୀନ ହାଇଡ୍ରୋଜେନ୍ ବୋଲି କୁହାଯାଉଛି । ଯେଉଁଥିରେ ୧ କେଜି ହାଇଡ୍ରୋଜେନର ଉପଉତ୍ପାଦ ଭାବେ ୮ କେଜି ଅମ୍ଳଜାନ ଉତ୍ପନ୍ନ ହେବ । ଆଉ ବସ୍ ଚଳାଚଳ ପାଇଁ ଗୋଟିଏ ଦିନରେ ୨୬୦ କେଜି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ହେଲେ ଏଥିରେ ୨୦୮୦ କେଜି ଅକ୍ସିଜେନ୍ ବାୟୁମଣ୍ଡଳରେ ନିର୍ଗତ ହେବ । ଯାହା ୧୮ ହଜାର ଗଛ ଦ୍ବାରା ନିର୍ଗତ ହେଉଥିବା ଅକ୍ସିଜେନ୍ ପରିମାଣ ସହ ସମାନ । ପାସେଞ୍ଜରଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଗୋଟିଏ ବସର ପ୍ରାଇସ ପ୍ରାୟ ଅଢେ଼ଇ କୋଟି ଟଙ୍କା ପଡ଼ିବ। ଥରେ ହାଇଡ୍ରୋଜେନ୍ ଟ୍ୟାଙ୍କ ଫୁଲ ହେଲେ ୬ ଶହ କିମି ଯାଇ ପାରିବ ବସ।
ଗୋଟିଏ ଲକ୍ଜରି ବସରେ ୪୪ ଜଣ ଯାତ୍ରା କରି ପାରିବେ। ଫିଲିଂ ଷ୍ଟେସନ ଭୁବନେଶ୍ୱରରେ ହେବ। ଟୁରିଷ୍ଟ ପାଇଁ ବି ବ୍ୟବହାର କରିବେ ସରକାର। ଓଡ଼ିଶା ପାଣିପାଗ ପାଗକୁ ସୁହାଇବ ଗ୍ରୀନ ହାଇଡ୍ରୋଜେନ୍ ବସ। ଡିଜେଲ ବ୍ୟବାହର କମିବ। ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି। ସରକରଙ୍କ ପକ୍ଷରୁ ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ କରାଯିବ ବୋଲି ଉପ ମୁଖ୍ୟ ମନ୍ତ୍ରୀ କେ ବି ସିଂ ଦେଓ କହିଛନ୍ତି।
