ନ୍ୟୁଜ ଡେକ୍ସ: ମିଳୁନି ଓମଫେଡ୍ କ୍ଷୀର l ନରାଜ ଓମଫେଡ୍ ଠିକା ଡ୍ରାଇଭରଙ୍କ ଧାରଣା। ଏହା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ । ଓମ୍ଫେଡ୍ର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା l
ନରାଜ ଓମଫେଡ୍ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଧାରଣାରେ ବସିଛନ୍ତି ଡ୍ରାଇଭର l ନରାଜ ଓମଫେଡ୍ କାର୍ଯ୍ୟାଳୟ ସାମ୍ନାରେ ଗାଡ଼ି ରଖି ଡ୍ରାଇଭର ଧାରଣା ଦେଇଛନ୍ତି । ଏହି ଧାରଣା ଯୋଗୁଁ କଟକ ଓ ଭୁବନେଶ୍ୱରରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି ।ସୂଚନାରୁ ପ୍ରକାଶ ଓମଫେଡର ଜନୈକ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିଲା ।
ତେବେ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିବାରୁ ବାରଙ୍ଗ ଥାନାରେ ଏତଲା ଦେଇଥିଲେ କର୍ତ୍ତୃପକ୍ଷ । ଏତଲା ପରେ ଉକ୍ତ ଡ୍ରାଇଭରଙ୍କୁ ଥାନାରେ ଅକଟ ରଖାଯାଇଥିବା ଜଣାପଡ଼ିଛି ।
