ନ୍ୟୁଜ ଡେକ୍ସ: ଲଗାତାର ଅଦିନିଆ ବର୍ଷାରେ ଓଡ଼ିଶା ବେହାଲ୍। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏଁ ସବୁଠି ଲାଗି ରହିଛି ବର୍ଷା। ପାଣିପାଗ ପୂରା ବିଗିଡ଼ିଯାଇଛି । ଫସଲ ପାଣିରେ ବତରୁ ବରବାଦ୍ । କାଲୁଆ ପବନକୁ ଲଗାଣ ବର୍ଷାରେ ଜନଜୀବନ ବେହାଲ୍ । ପାଣିପାଗ ପୂର୍ବାନୁମାନ ହେଲା-ଗୁରୁବାରଠାରୁ ରାଜ୍ୟରେ ପାଗ ଫିଟିବ । ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ବାକି ଅଞ୍ଚଳ ଶୁଖିଲା ରହିବ ।
ଅନ୍ୟପଟେ ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଭାଁ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିସହିତ ଆଜିଠୁ ରାଜ୍ୟରେ ବର୍ଷାର ପ୍ରକୋପ କମିବା ସାଙ୍ଗକୁ ଶୀତ ବଢିବା।
ତାପମାତ୍ରା ଆଜିଠୁ ୨ ରୁ ୩ ଡିଗ୍ରୀ ଖସିବ। ତାହା ସାଙ୍ଗକୁ ଘନ କୁହୁଡି ମଧ୍ୟ ଅନୁଭୂତ ହେବ। ଘନ କୁହୁଡ଼ି ନେଇ ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ସମ୍ଭାବନା ରହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।
