Thu. Oct 23rd, 2025

‘ନ୍ୟୁଜ ଡେକ୍ସ: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ସୋନାକ୍ଷୀ ମହାପାତ୍ରଙ୍କୁ ମିଳିଛି ବଡ଼ ସଫଳତା। ରାଜ୍ୟକୁ ଗୌରବାନିତ୍ଵ କରିଥିବାରୁ ଛୁଟୁଛି ଶୁଭେଚ୍ଛା ସୁଅ। ସେ ‘ମିସ୍‌ ଟିନ୍‌ ଇଣ୍ଡିଆ’ ଉପାଧି ହାସଲ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ସାହିର ସୋନାକ୍ଷୀ ମହାପାତ୍ର ‘ଫର୍‌ଏଭର୍ ମିସ୍ ଟିନ୍ ଇଣ୍ଡିଆ-୨୦୨୪’ରେ ଫାଷ୍ଟ ରନର୍ସ-ଅପ୍ ଟାଇଟଲ୍ ହାତେଇଛନ୍ତି।

ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣଙ୍କୁ ପ୍ରଥମେ ଚୟନ କରାଯାଇଥିଲା। ଏଥିରେ ୩୦ ଜଣ ଚୟନ ହେବା ପରେ ୩ ଜଣ ଫାଇନାଲକୁ ଯାଇଥିଲେ। ଏହି ତାଲିକାରେ ରହିଛନ୍ତି ମାଲକାନଗିରି ଝିଅ ସୋନାକ୍ଷୀ। ‘ଫର୍ଏଭର୍ ମିସ୍ ଟିନ୍ ଇଣ୍ଡିଆ-୨୦୨୪’ରେ ଫାଷ୍ଟ ରନର୍ସ-ଅପ୍ ଟାଇଟଲ୍ ହାତେଇଛନ୍ତି ସୋନାକ୍ଷୀ। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣଙ୍କୁ ପ୍ରଥମେ ଚୟନ କରାଯାଇଥିଲା, ତେବେ ସେଥି ମଧ୍ୟରୁ ୩୦ ଜଣ ସିଲେକ୍ଟ ହେବା ପରେ ୩ ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ଥିଲେ। ସେଥି ମଧ୍ୟରୁ ମାଲକାନଗିରିର କୁନି ଝିଅ ସୋନାକ୍ଷୀ ଅନ୍ୟତମ। ସୋନାକ୍ଷୀ ଉତ୍ତରପ୍ରଦେଶର ରୁଚିକା ୱାଲଡେଙ୍କୁ ପଛରେ ପକାଇ ଫାଷ୍ଟ ରନର୍ସ ଟାଇଟଲ ହାତେଇଛନ୍ତି।ତେବେ ମିସ ଟିନ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି କୋଲକାତାର ପ୍ରତୀକ୍ଷା ଦାସ।

ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ ସୋନାକ୍ଷୀ ସମସ୍ତଙ୍କ ଠାରୁ କମ୍ ବୟସର ହୋଇଥିବା ବେଳେ, ସେ ବର୍ତ୍ତମାନ ମାଲକାନଗିରି ଆଇଏମଏସଟି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। କେବଳ ମିସ୍ ଟିନ୍ ଇଣ୍ଡିଆ ନୁହେଁ ବରଂ ସୋନାକ୍ଷୀ ପ୍ରିସେନ୍ସ କୋରାପୁଟ ୨୦୨୪, ଫରଇଭର ମିସ୍ ଟିମ୍ କୋରାପୁଟ ୨୦୨୪( Forever miss teen koraput 2024) ସହ କର୍ମସିଆଲ ମଡେଲରେ ଆମାଜନ , ଫ୍ଲିପକାର୍ଟ , ମେସୋ , ସ୍ନାପ୍ ଡିଲ୍ ଓ ପବ୍ଲିସଡ୍ ଇନ୍ ଦୁବାଇ ଇଣ୍ଟରନ୍ୟାସନାଲ ମାଗାଜିନ ଭଳି ବହୁ ଅନ୍ତର୍ଜାତୀୟ ସଂସ୍ଥା ପାଇଁ ମଡେଲିଙ୍ଗ କରିଛନ୍ତି।

Leave a Reply

Your email address will not be published. Required fields are marked *