Thu. Oct 23rd, 2025

ନ୍ୟୁଜ ଡେକ୍ସ: ୨୦୨୪ର ଶେଷରେ ଭାରତୀୟ ମହାକାଶ ଏଜେନ୍‌ସି (ଇସ୍ରୋ) ଏକ ନୂଆ କୀର୍ତ୍ତିମାନ ରଚିଛି। ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିଛି ଇସ୍ରୋ। ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌ରୁ PSLV-C60 ରକେଟ୍ ଦ୍ବାରା ‘ସ୍ପେଡେକ୍ସ’ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି।

୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ। ଏହା ସ୍ପେଶ୍ ଡକିଂ ଭାବେ ଜଣାଶୁଣା। ସବୁ ଡକିଂ ଓ ଅନ ଡକିଂ ପ୍ରକ୍ରିୟା ଶେଷ ହେବା ପ୍ରାୟ ୨ ମାସ ସମୟ ଲାଗିବ ବୋଲି କୁହାଯାଉଛି। ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ ଏହାକୁ ଡକିଂ ଓ ଅନଡକିଂ କରାଯିବ। ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ। ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚାଇନା ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟି ଯିବ।। ସେହିପରି ଚନ୍ଦ୍ରଯାନ-୪ ଓ ଭାରତୀୟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ସ୍ଥାପନରେ ଏହା ଖୁବ୍ ସହାୟକ ହେବ।

ଉତକ୍ଷେପଣକୁ ଜାଣିଶୁଣି ମିନିଟ ବିଳମ୍ବରେ କରାଯାଇଛି। କାରଣ ପୃଥିବୀ ଉପରେ ଥିବା ସମାନ ଅର୍ବିଟରେ ବୁଲୁଥିବା ସାଟେଲାଇଟରେ ଏହା ପିଟି ହେବାର ଆଶଙ୍କା ଥିବାରୁ ବିଳମ୍ବରେ ଏହାକୁ ଉତକ୍ଷେପଣ କରାଯାଇଛି। ଏହାର ସଫଳତାର ସହ ଅର୍ବିଟରେ ସ୍ଥାପିତ ହୋଇଥିବା ମଧ୍ୟ ଇସ୍ରୋ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *