ନ୍ୟୁଜ ଡେକ୍ସ: ଦୁଇ ଦିନ ତଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଜି ଇଂରାଜୀ ନୂଆ ବର୍ଷରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି। ସେମାନେ ହେଉଛନ୍ତି ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ।
ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି। କୋଚେ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ ନାଥଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।ସେହିପରି ମଙ୍ଗଳବାର ରାଜ୍ୟ ସରକାର ୮ ଜଣ ଆଇପିଏସଙ୍କୁ ପଦୋନ୍ନତି ଦେଇଛନ୍ତି। ୩ ଜଣ ଆଇପିଏସଙ୍କୁ ଡିଆଇଜି ପାହ୍ୟା, ଆଉ ୩ ଜଣ ଆଇପିଏସଙ୍କୁ ଆଇଜି ପାହ୍ୟା ଓ ୨ ଜଣ ଆଇପିଏସଙ୍କୁ ଏଡିଜି ପାହ୍ୟାରେ ପଦୋନ୍ନତି ଦେଇଛନ୍ତି। ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଛି ।
ସେହିପରି ଆଇପିଏସ ବନ୍ଥୋ ଯୁଗଳ କିଶୋର କୁମାର ଓ ବାଟୁଲା ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟା ମିଳିଛି। ଆଇପିଏସ ଅଶ୍ବୀନି କୁମାର, ନିତି ଶେଖର ଓ ସାର୍ଥକ ଷଡଙ୍ଗୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଆଇପିଏସ ୟତିନ୍ଦ୍ର କୋୟଲ ଓ ଆଇପିଏସ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟା ଦିଆଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା।
