Sun. Feb 22nd, 2026

ନ୍ୟୁଜ ଡେକ୍ସ: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଏଣିକି ଗୋଟିଏ କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ । ହାତରେ ଆଉ ପୁଳା ପୁଳା ପ୍ରେସକିପସନ ଧରିକି ଯିବାକୁ ପଡିବନି ।

ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ଡିଜିଟାଏ ହେଲଥ୍ ମିଶନ ଲାଗୁ କରାଇବାକୁ ଯାଉଛନ୍ତି । ଏହି ନ୍ୟାସନାଲ ହେଲଥ୍ ଅଥରିଟି ଅଧିନରେ ରହିବ ‘ଆଭା କାର୍ଡ’ । ଫେବୃୟାରୀ ପୂର୍ବରୁ ଏହି କାର୍ଡ ପାଇଁ ଆବେଦନ କରିବାକୁ ମନ୍ତ୍ରୀ କହିଛନ୍ତି । ସୂଚନାନୁଯାୟୀ, ନ୍ୟାସନାଲ ହେଲ୍ଥ ଅଥରିଟି ଅଧୀନରେ ରହିବ ଆଭା କାର୍ଡ। ଏହାର ନାଁ ରହିବ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ୍ ବା ଆଭା କାର୍ଡ। ଲୋକମାନେ ଏଥିରେ ରେଜିଷ୍ଟ୍ରେସନ କରିପାରିବେ। କ୍ୟୁ ଆର୍ କୋର୍ଡ ସ୍କାନ୍ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇବେ। ଏହି କାର୍ଡ ଅନଲାଇନ୍ରେ ଆବେଦନ କରିହେବ। ଆୟୁଷ୍ମାନ ଭାରତ ସହିତ ଏହି କାର୍ଡ ମିଳିବ। ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର। ତେବେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ତରଫରୁ ଏହି କାର୍ଡ ଜାରି କରାଯାଏ । ଏହି କାର୍ଡ ମାଧ୍ୟମରେ ଆପଣ ନିଜର ମୂଲ୍ୟବାନ ସମୟ ଏବଂ ଅର୍ଥରାଶି ଉଭୟ ବଞ୍ଚେଇପାରିବେ। ହସ୍ପିଟାଲରେ ଆପଣଙ୍କୁ ଟୋକନ୍ ନେବା ପାଇଁ ଲମ୍ବା ଲାଇନ୍ ରେ ଛିଡା ହେବାକୁ ପଡିବ ନାହିଁ। ହସ୍ପିଟାଲରେ ଲାଗିଥିବା କ୍ୟୁଆର୍ କୋଡକୁ ସ୍କାନ କରିବେ ଏବଂ ହସପିଟାଲକୁ ଆପଣଙ୍କ ମେଡିକାଲ ରିପୋର୍ଟ ସେୟାର ହୋଇଯିବ। ଆପଣଙ୍କୁ ଯାହାବି ଟ୍ରିଟମେଣ୍ଟ ମିଳିବ ତାହା ଏହି କାର୍ଡ ରେ ଷ୍ଟୋର ହୋଇଯିବ ।

ଯାହା ପରବର୍ତ୍ତୀ ସମୟରେ ଆପଣଙ୍କୁ ସାହାର୍ଯ୍ୟ କରିବ । ଆଭା ଆପ୍ଲାଏ କରିବା ପାଇଁ ପ୍ରଥମେ ଅଫିସିଆଲ୍ ୱେବସାଇଟ abha.abdm.gov.in ରେ କ୍ଲିକ୍ କରନ୍ତୁ । ଏହାପରେ କ୍ରିଏଟ ଆଭା ନମ୍ବର ରେ କ୍ଲିକ୍ କରି, ଆଧାର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ମାଧ୍ୟମରେ ଆପ୍ଲାଏ କରିପାରିବେ । ଆକାଉଣ୍ଟ ଖୋଲିସାରିବା ପରେ ଆପଣ ଦେଖିପାରିବେ କି ଆପଣଙ୍କ ଡିଜିଟାଲ ଆଭା କାର୍ଡ ଶୋ କରିବ। ଯେଉଁଥିରେ ଆପଣଙ୍କ ନାମ ସହିତ କ୍ୟୁଆର କୋଡ ଏବଂ ଆଭା ନମ୍ବର ଥିବା ଶୋ କରିବ ।

Leave a Reply

Your email address will not be published. Required fields are marked *